Get Even More Visitors To Your Blog, Upgrade To A Business Listing >>

ବାତ୍ୟାର ଗତିପଥକୁ ନେଇ ଭିନ୍ନଭିନ୍ନ ଆକଳନ ପ୍ରଭାବିତ ହେବନି ଓଡ଼ିଶା !


ଆସନ୍ତା ୯ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ। ବାତ୍ୟା ସୃଷ୍ଟି ପରେ ଏହା ଉତ୍ତର ଦିଗରେ ଗତି କରିବ। ତେବେ ବାତ୍ୟା କେତେ ଶକ୍ତିଶାଳୀ ହେବ ସେ ନେଇ ଏବେଠାରୁ ଜଣାପଡ଼ି ନ ଥିଲେ ମଧ୍ୟ ଏହା ଓଡ଼ିଶାଠାରୁ ଯଥେଷ୍ଟ ଦୂରରେ ରହିବା ନେଇ ଅଧିକାଂଶ ମଡେଲ୍ ଆକଳନ ଯାହାଦ୍ବାରା ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ପାଇଁ
ଆଶ୍ବସ୍ତି ଆଣିଛି। 


ହେଲେ ଆଇଏମ୍‌ଡି ପକ୍ଷରୁ ଗତିପଥ ନେଇ କୌଣସି ସୂଚନା ଦିଆଯାଇ ନ ଥିବାରୁ ସମସ୍ତଙ୍କ ନଜର ବିଭାଗର ଆକଳନ ଉପରେ ରହିଛି। 

ଆଇଏମଡିର ସୂଚନା ଅନୁଯାୟୀ ୭ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ବେଳେ ୮ ସୁଦ୍ଧା ଲଘୁଚାପ ଓ ପରବର୍ତ୍ତୀ ସମୟରେ ଏହା ବାତ୍ୟାରେ ପରିଣତ ହେବ। 


ଲଘୁଚାପ ରୂପ ନେବା ପରେ ହିଁ ଆଇଏମଡି ଏହାର ଗତିପଥ ବାତ୍ୟାଟି ସ୍ଥଳଭାଗ ଅତିକ୍ରମ କରିବ ତାହା ସୂଚନା ଦେବ ବୋଲି ବିଭାଗ କହିଛି ଓ କେଉଠାରେ କ ଅନ୍ୟପଟେ ବାତ୍ୟାଟି ମିଆଁମାର ଯିବ ବୋଲି କିଛି ମଡେଲ୍ ଆକଳନ ବେଳେ କରୁଥିବା ବାଂଲାଦେଶରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ବୋଲି କିଛି ମଡେଲ ଦର୍ଶାଉଛନ୍ତି।



ଏମିତି ବାତ୍ୟା ଶ୍ରୀଲଙ୍କା ହୋଇ ଆରବସାଗର ମୁହାଁ ହୋଇପାରେ ବୋଲି ମଧ୍ୟ ଗୋଟିଏ ମଡେଲ୍‌ ଦର୍ଶାଉଛି। ମଡେଲ୍‌ଗୁଡ଼ିକର ଭିନ୍ନ ମତ ଯୋଗୁଁ ଆଇଏମଡିର ଆକଳନ ଉପରେ ସମସ୍ତଙ୍କ ନଜର ରହିଛି । 


ତେବେ ବାତ୍ୟା ଯୋଗୁଁ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପ୍ରବେଶ କରିବାକୁ ବାରଣ କରାଯାଇଛି । 


ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନଙ୍କୁ ୭ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ଆଇଏମଡି କହିଛି । ଅନ୍ୟପଟେ ରାଜ୍ୟରେ ପୁଣି ଥରେ ତାତି ବଢ଼ିବ । କିଛି ଦିନ ହେବ ଲାଗି ରହିଥିବା କାଳବୈଶାଖୀର ପ୍ରଭାବ କମିବା ସହିତ ତାପମାତ୍ରା ପୁଣି ଥରେ ବୃଦ୍ଧି ହେବ I 


ତାପମାତ୍ରା ବୃଦ୍ଧି ଯୋଗୁଁ ଅନେକ ସ୍ଥାନରେ ପୁଣି ଥରେ ତାତି ୪୦ ଡିଗ୍ରୀ ଅତିକ୍ରମ କରିବାକୁ ଥିବା ବେଳେ କିଛି ସ୍ଥାନରେ ତାତି ୪୨ରୁ ୪୪ ଡିଗ୍ରୀ ଯାଏ ପହଞ୍ଚିବ। ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୮-୯ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି। ମୁଖ୍ୟତଃ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାପମାତ୍ରା କମ୍ ଲାଗିଛି । 


ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ହୋଇପାରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ୩-୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହା ଦ୍ବାରା ଅନେକ ସ୍ଥାନରେ ତାତି ବଢ଼ିବ।



ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ



ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ଆସୁଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ବିଡିଓ ଡେନିସ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ବିଡିଓ ସୁଶିଲ ପଟ୍ଟନାୟକଙ୍କ ସମେତ ସମସ୍ତ ଲାଇନ ବିଭାଗର ପଦାଧିକାରୀ ଯୋଗଦେଇଥିଲେ। 


ଆସନ୍ତା ୭ ତାରିଖ ଠାରୁ ୧୧ ତାରିଖ ମଧ୍ୟରେ ଆସୁଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ଲକର ସମସ୍ତେ ପ୍ରସ୍ତୁତ ରହିବା ପାଇଁ ବିଡିଓ ନିର୍ଦ୍ଦେଶ ଦେଇଥିଲେ। 


ଏଥିପାଇଁ ବ୍ଲକର ୮୨ଟି ବିଦ୍ୟାଳୟକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବରେ ଚିହ୍ନଟ କରଯାଇଛି। ସମସ୍ତ ବିଭାଗକୁ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପଞ୍ଚାୟତରେ ସାଧାରଣ ବଣ୍ଟନ ସାମଗ୍ରୀ ଓ ଶୁଖୁଲା ଖାଦ୍ୟ ମହଜୁଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 


ସମସ୍ତ ପଞ୍ଚାୟତର ଜେନେରେଟର କାର୍ଯ୍ୟକ୍ଷମ ରଖ୍, ଅଗ୍ନିଶମ ବିଭାଗ ବୋଟ୍ ସହ ମୁକାବିଲା ପାଇଁ ପ୍ରସ୍ତୁତି ରହିବା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମେଡିସିନ ସହ ଅନ୍ୟାନ୍ୟ ସେବା ପାଇଁ ପ୍ରସ୍ତୁତ ରହିବା, ଶିଶୁବିକାଶ ବିଭାଗକୁ ଗର୍ଭବତୀ ମହିଳା ମାନଙ୍କୁ ଚିହ୍ନଟ କରି ସ୍ଵାସ୍ଥ୍ୟ ପରୀକ୍ଷା ସହ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦିଆଯାଇଥିଲା।



ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ତିନି ଜଣ ନୋଡାଲ ଅଧିକାରୀଙ୍କୁ ଦାୟିତ୍ବ ଦିଆଯିବା ଉଦ୍ୟାନ, କୃଷି, ଶିକ୍ଷା, ପଶୁପାଳନ, ବିଦ୍ୟୁତ୍, ରାଜସ୍ଵ, ମହିଳା ଓ ଶିଶୁ ବିକାଶ, ଯୋଗାଣ ବିଭାଗକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।



This post first appeared on Odisha Local, please read the originial post: here

Share the post

ବାତ୍ୟାର ଗତିପଥକୁ ନେଇ ଭିନ୍ନଭିନ୍ନ ଆକଳନ ପ୍ରଭାବିତ ହେବନି ଓଡ଼ିଶା !

×

Subscribe to Odisha Local

Get updates delivered right to your inbox!

Thank you for your subscription

×