Get Even More Visitors To Your Blog, Upgrade To A Business Listing >>

Odia Rashiphala Friday 22th December 2023

ଆଜିର ଗୁରୁଚାନ୍ଦ୍ରୀ ଯୋଗ ପାରିବାରିକ ଜୀବନକୁ ସରସ କରିବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା ଭିତରେ ପାଇବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ଯ ଅଭିଯୋଗ ଆସିପାରେ। ପଡ଼ୋଶୀଙ୍କ ସହ ଉଚିତ ବୁଝାମଣା କାରଣରୁ ଭାଘିପଡିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ।
ଶୁକ୍ର ପ୍ରଭାବରେ ସ୍ବାସ୍ଥ୍ୟ ପୂର୍ବଭଳି ରହିଲେ ମଧ୍ଯ ସାମୟିକ ଦୁର୍ବଳତା କାର୍ଯ୍ୟକ୍ଷେତ୍ରକୁ ମନ୍ତର କରିପାରେ । ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରି ପଦସ୍ଥ ବ୍ୟକ୍ତିବିଶେଷ ସମ୍ବର୍ନ୍ଧିତ କରିପାରନ୍ତି। ସାମାଜିକ ସ୍ତରରେ ଅର୍ଥ ଓ ସମ୍ମାନ ପାଇବେ। ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇବେ ।
ସ୍ବରାଶି ପ୍ରତି ରାଶ୍ୟାଧିପତିଙ୍କ ଦୃଷ୍ଟି ଉତ୍ତମ ସ୍ବାସ୍ଥ୍ୟ ଓ ଆର୍ଥିକ ସହାୟକ ହେବ। କାମ ବୃଦ୍ଧି କାରଣରୁ ଘରକଥା ବ୍ରୁଝିବାକୁ ସମୟ ପାଇବେ ନାହିଁ। ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ପାରିବାରିକ ସମସ୍ୟାର ସମାଧାନ ହେଲେ ମଧ୍ଯ ରୋଗ, ରଣ ଓ ଶତୃତା ଯୋଗୁ ବ୍ୟସ୍ତ ରହିବେ।
ଆଜି କର୍ମଭାବରେ ଗୁରୁ ଯୁକ୍ତ ଚନ୍ଦ୍ର ହେତୁ ସକାଳୁ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ | ଶିଳ୍ପ ବାଶିଜ୍ଯରେ ଲକ୍ଷ୍ଯ ହାସଲ କରିବେ କିନ୍ତୁ ବହୁତ ଶ୍ରମ ସ୍ବୀକାର କରିବାକୁ ପଡ଼ିବ। ମିଥ୍ୟା ଅଭିଯୋଗକୁ ବୁଝି ନ ପାରି ନିଜଲୋକଙ୍କ ଉପରେ ବିରକ୍ତ ହେବେ। ଅନିୟମିତ ଭୋଜନ କାରଣରୁ ପେଟ ଗୋଳମାଳ ଦେଖାଦେଇ ପାରେ।
ରବିଙ୍କ ଶୁଭତ୍ବରୁ ନିକଟସ୍ଥ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରୁ ଅଭିଳଷିତ ଫଳ ପାଇ ଖୁସି ହେବେ। ପଡ଼ୋଶୀଙ୍କ ସହ ଗୃହସୀମାକୁ କେନ୍ଦ୍ରକରି ବିବାଦ ବୃଦ୍ଧି ଆଶଙ୍କା ରହିଛି। ବାଣିଜ୍ୟ, ନିର୍ମାଣ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇଯିବ। ପର କଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କରି ଅନୁତାପ କରିବାକୁ ପଡିପାରେ ।
ଅଷ୍ଟମସ୍ଥ ଚନ୍ଦ୍ର ହେତୁ ଆଜି ଯେତେ ଭଲ କାମ କଲେ ମଧ୍ୟ ନିନ୍ଦା ଶୁଣିବେ। ନିଜର ଚତୁଃପାର୍ଶ୍ଵରେ ଘଟିଯାଉଥିବା ଛୋଟ ଘଟଣା ପ୍ରତି ଗୁରୁତ୍ବ ଦିଅନ୍ତୁ ନାହିଁ। ପରିବାରର ବରାଦ ଅନନୁଯାୟୀ ଗୃହୋପକରଣ ସାମଗ୍ରୀ କ୍ରୟ କରିବେ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
ସପ୍ତମସ୍ଥ ଶୁଭଗ୍ରହଜନିତ ଆବଶ୍ୟକତା ଉପଲବ୍ଧି କରି ଏକାଧିକ କାମ ହାତକୁ ନେଇ ବ୍ୟଥିତ ହୋଇପାରନ୍ତି ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରାରେ ସଫଳତା ପାଇବେ। ଆନୁଷ୍ପାନିକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ ।
କାମ ହାସଲ କରିବା ସକାଶେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେଇପାରନ୍ତି। କର୍ମାଧିପ ରାଶିସ୍ଥ ଯୋଗୁ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣ କରିବା ସକାଶେ ଚେଷ୍ଟା କରି ସଫଳତା ହାସଲ କରିବେ। ଅନ୍ୟାୟ ବିରୋଧରେ ସ୍ଵର ଉଠାଇବେ ସତ କିନ୍ତୁ ସହଯୋଗ ପାଇବେ ନାହିଁ। ଅନିୟମିତ ଆହାର ଯୋଗୁ ସ୍ଵାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ ।
ରାଶିସ୍ଥ ବୁଧ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ‌ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ଶାସ୍ତ୍ରାଧ୍ୟୟନ, ସାହିତ୍ୟ ଚର୍ଚ୍ଚା ସଭାସମିତି, ବିତର୍କରେ ଅଂଶଗ୍ରହଣ କରି ପ୍ରଶଂସିତ ହେବେ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ ।
ଶନିଙ୍କ ନିଜ ରାଶିରେ ଦ୍ବିତୀୟସ୍ଥ ହେତୁ ଅର୍ଥର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ କାମ ହାସଲ କରିବାର ସୁଯୋଗ ମଧ୍ଯ ପାଇପାରିବେ। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ ଏବଂ ସମସ୍ୟା ସମାଧାନ ହୋଇଯିବ। କେହି ଜଣେ ବନ୍ଧୁ ମନଜାଣି ସାହାଯ୍ୟର ହାତ ବଢ଼ାଇବେ। ପିଲାମାନଙ୍କ ପାଠପଢ଼ାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ।
ତୃତୀୟସ୍ଥ ଶୁଭ ଗ୍ରହ ଯୋଗୁ ଗତକାଲି ବନ୍ଧୁଙ୍କ ସହ ଆଲୋଚନା ଅନୁଯାୟୀ ଆଜିର କାମ ସବୁ ଠିକ୍‌ ଠିକ୍‌ ହୋଇଯିବ। ତଥାପି କୌଣସି ସମସ୍ୟା ଆଶଙ୍କା କରି ମନ ଅସ୍ଥିର ରହିବ। ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଫେରିବା ବାଟରେ ଅର୍ଥ କିମ୍ବା ଦ୍ରବ୍ୟହାନି ଯୋଗୁ ବିଚଳିତବୋଧ କରିପାରନ୍ତି ।
କୌଣସି କାମରେ ଗୁରୁତ୍ଵପୂର୍ଣ୍ଣ ନିଷ୍ଣତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ବହୁତ ଭଲ୍‌ ହେବ। ରେବତୀ ନକ୍ଷତ୍ର ଅନ୍ୟମସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ତଥାପି ଅର୍ଥ ଲାଭ, କଳା, ସାହିତ୍ୟ, ଆଲୋଚନା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। କର୍ମକ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧୀ ହୋଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

Odia Rashiphala Friday 22th December 2023

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×