Get Even More Visitors To Your Blog, Upgrade To A Business Listing >>

Odia Rashiphala Tuesday 19th December 2023

ସମସ୍ୟା ଆସିଲେ ମଧ୍ଯ କୌଶଳରେ କାର୍ଯ୍ୟ ସାଧନା କରିପାରିବେ। ଅଳ୍ପ ଖର୍ଚ୍ଚରେ ଆବଶ୍ୟକତା ଚଳାଇ ନେବାକୁ ଚିନ୍ତା କରିପାରନ୍ତି। ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯାଇପାରେ ।
ଦୁଶ୍ଚିନ୍ତାଜନିତ ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ ` କେତେକାଂଶରେ ଭଲ ରହି ନ ପାରେ। ଅଭାବ ନ ଥିଲେ ମଧ୍ଯ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେକରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ସାଧାରଣ ବଚସାରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ ।
ନିଜ ପରିସରର ବ୍ୟକ୍ତିମାନଙ୍କ ସାହାଯ୍ୟରୁ ଗୁରୁତୃପୂର୍ଣ୍ଣ ସମସ୍ୟାର ସରଳ ସମାଧାନ ହୋଇଯିବ ବହୁଦିନ ଧରି ଭାଙ୍ଗି ପଡିଥିବା ସ୍ଵାସ୍ଥ୍ୟରେ ଉନ୍ନତି ଘଟିପାରେ । ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ବନ୍ଧୁଙ୍ଗୁ ପ୍ରତିଶୃତି ଦେଇ ଶେଷରେ ନାସ୍ତିବାଣୀ ଶୁଣାଇବେ |
ଅନ୍ୟ ଦ୍ବାରା ପ୍ରଭାବିତ ହୋଇ ମରୀଚିକା ପଛରେ ଦୌଡି ପରିଶେଷରେ ଅନୂତାପ କରିପାରନ୍ତି | ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାର ଆଶା ଓଁ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି। ଶିଳ୍ପ, ରପ୍ତାନି, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
କାମର ଚାପ ବୃଦ୍ଧି ପାଉଥିଲେ ମଧ୍ଯ ସ୍ବାସ୍ଥ୍ୟ ପ୍ରତି ଏ ଅବିଚାର କଲେ ପଶ୍ଚାନ୍ତେ ବହୁମୂଲ୍ୟ ଦେବାକୁ ପଡିବ । ବନ୍ଧୁଙ୍କ ସାହାଯ୍ୟରେ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ କରିପାରନ୍ତି ।
ପ୍ରତ୍ୟେକ କ୍ଷେତ୍ର କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହେବେ। ପୁରାତନ ରୋଗର ପୀଡା ଅନୂଭବ କରିପାରନ୍ତି। ଭାବପ୍ରବଣବଶତଃ ଓଲଟା କଥା କହି ଅପଦସ୍ଥ ହେବେ।
ଆଜି ସକାଳୁ ସକାଳୁ ପରିବାର ମଧ୍ଯରେ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ। ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ ।
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ବଦଳି ଯାଇଥିଲେ ମଧ୍ଯ ବନ୍ଧୁଙ୍କ ପୂର୍ବର ସେହି ଅନୁରାଗ ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହେବ। ସଭାସମିତିରେ ଆଲୋଚନା ଦ୍ବାରା ସମସ୍ୟାର ସମାଧାନ ହୋଇଯିବାର ସମ୍ଭାବନା ରହିଛି। ପାରିବାରିକ ସମସ୍ୟାର ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ।
ଆଜି ଆଲୋଚନାର ମଧ୍ଯଭାଗରେ ସାଧାରଣ ‌ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଅଭିଳଷିତ ଜିନିଷ ପାଇବେ। ବନ୍ଧୁଙ୍କ ପରାମର୍ଶରେ ଯୋଗଶିକ୍ଷାରେ ରୁଚିବଳିବ।
ଯାହା କରୁଛନ୍ତି ଭାବିଚିନ୍ତି କରିବା ଭଲ ହେବ ନତୁବା ପରେ ଏଥିପାଇଁ ଅନୂତାପ କରିବାକୁ ପଡିପାରେ । ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ହିତକର ହୋଇପାରେ ।
ପଦସ୍ଥବ୍ୟକ୍ତିଙ୍କ ପରାମର୍ଶକ୍ରମେ କର୍ମକ୍ଷେତ୍ରରେ ସମସ୍ୟା ଦୂରେଇବାର ପ୍ରଯତ୍ନ କରିପାରନ୍ତି । ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇବା ଭଲ । ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ବହୁତ ଭଲ ରହିବ । ଜମିଜମା ବ୍ୟବସା ୟରେ ଉନ୍ନତି କରିବେ ।
କୌଣସି ବିଷୟର ଠିକ୍‌ ନିର୍ଣ୍ଣୟ ନ କରି ବନ୍ଧୁ କଥାରେ ପ୍ରଭାବିତ ହୋଇ ଭୁଲ କରିପାରନ୍ତି। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ବାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ପାରିବାରିକ ଅଶାନ୍ତି ପରିପ୍ରେକ୍ଷୀରେ ଗୁରୁଜନଙ୍କ ସାନ୍ତ୍ଵନା ବାଣୀ ମନରେ ଆଶ୍ଵସ୍ତି ଭରିପାରେ । ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇବା ଯୋଗୁ ଚିନ୍ତାପ୍ରକଟ କରିବେ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2023



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

Odia Rashiphala Tuesday 19th December 2023

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×