Get Even More Visitors To Your Blog, Upgrade To A Business Listing >>

ଚିକେନ୍ ବିରିୟାନୀ

ସାମଗ୍ରୀ:
୫୦୦ ଗ୍ରାମ୍ ମାଂସ
୫୦୦ ଗ୍ରାମ୍ ବାସନା ଚାଉଳ
୫ଟା ପିଆଜ
୨ଟା ଅଳେଇଚ
୨ଟା ତାଳପତ୍ର
୨ଖଣ୍ଡ ଡାଲଚିନି
୨ଟା ଗୁଜୁରାତି
ଖଣ୍ଡେ ଜାଇଫଳ
ଅଧକପ୍ ରିଫାଇନ୍ ତେଲ
୪ଟେବୁଲ୍ ଚାମଚ ଘିଅ
ଅଧକପ୍ ଦହି

ପ୍ରସ୍ତୁତି:
ଚାଉଳରେ ଭାତ ରାନ୍ଧି ରଖିବ |ଭାତପୁରା ଝରଝର କରି ରାନ୍ଧି ରଖିବ |୨ଟା ପିଆଜ,ରସୁଣ ଅଦା ଚିକ୍‌କଣ କରି ବାଟିବ |ଡାଲଚିନି ଗୁଜୁରାତି,ଅଳେଇଚ,ଲବଙ୍ଗ ଓ ଗୋଲମରିଚ ବାଟି ରଖିବ |ଜାଇତ୍ରି ଓ ଜାଓଫଳ ଅଲଗା ଅଲଗା ବାଟି ରଖିବ |ପ୍ରେସର ରେ ତେଲ ଦେଇ ତେଜପତ୍ର ମାଂସ ,ଅଦା ,ରସୁଣ ବଟା ,ଦହି ଲୁଣ ,ହଳଦୀ ଦେଇ ମାଂସ ଭଲ ଭବରେ କଷ |ବାସନା ଆସିଲେ ୧ କପ୍ ପାଣି ଦେଇ ପ୍ରେସର ବନ୍ଦ କରିଦିଅ |ମାଂସ ସିଝିଗଲେ ତରକାରି ଓହ୍ଲାଇ ଦିଅ |ଝୋଳ ଥିଲେ ଶୁଖାଇ ନିଅ |ସେଥିରେ ଗୁଜୁରାତି ବଟା ମସଲା ଦେଇ ଗୋଳାଇ ନିଅ |ଅନ୍ୟ ଅଧେ ତେଲ ଗରମ କରି ଅନ୍ୟ ପିଆଜ ୩ଟି ଲାଲ୍ କରି ଭାଜ |ଅନ୍ୟ ଗୋଟିଏ ଡେକ୍‌ଚିରେ ଟିକେ ଘିଅ ଦେଇ କିଛି ଭାତ ରଖନ୍ତୁ |କିଛି କଷା ମାଂସ ଓ ତା’ଉପରେ ପିଆଜ ଭଜା ଛିଞ୍ଚିଦିଅ |ସବୁ ରଖି ସାରି ୫ ମିନିଟ୍ କମ୍ ନିଆଁରେ ରଖନ୍ତୁ ଓ ଓଭାନ୍ରେ ବି ରଖିପାରନ୍ତି |୫ମିନିଟ୍ ପରେ ଖାଇବାକୁଦେଲା ବେଳେ ସାଇଡ୍ ରୁ ଦେବେ ଯେପରି ଭାତ ଓ ମାଂସ ଉଭୟ ଥିବ |



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

ଚିକେନ୍ ବିରିୟାନୀ

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×