Get Even More Visitors To Your Blog, Upgrade To A Business Listing >>

Odia Rasiphala Monday 26th April 2021

ଶତ୍ରୁଭୟ ଉପୁଜି ପାରେ । ଭାଇମାନଙ୍କ ପୂର୍ଣ୍ଣ ସହଯୋଗ ପାଇ ଶତ୍ରୁକୁ ପରାଜିତ କରି, ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଖୁସି ହେବେ । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ ।
ସୁସମ୍ୱାଦ ଶୁଣି ଖୁସି ହୋଇପାରନ୍ତି । ଶାସ୍ତ୍ରାଦି ପୁସ୍ତକ ପାଇ ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିନୀତ ସ୍ୱଭାବ ସମ୍ପନ୍ନ ଓ ଧନ ଲାଭକାରୀ ହୋଇପାରନ୍ତି ।
ନିଜକୁ କଳହ ମୁକ୍ତ ରଖିବାକୁ ଚେଷ୍ଟା କରିବେ । ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ସନ୍‌ମାର୍ଗୀ ହୋଇ ଶ୍ରେଷ୍ଠ ପଦାସୀନ ହୋଇପାରନ୍ତି । ଦୃଢ଼ ପରାକ୍ରମୀ ହେବେ ।
ସୁଖୀ ହେବେ । ଅଳ୍ପକେ ସନ୍ତୁଷ୍ଟ ହୋଇପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ ପାଇ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ଭଗବତ ପ୍ରେମୀ ହେବେ । ଦେବ ଦର୍ଶନର ସୁଯୋଗ ମିଳିବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି ।
ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରନ୍ତି । ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ଯାନବାହନ ସୁଖ ମିଳିବ । ରାଜପ୍ରସାଦ ଭଳି ଗୃହ ସୁଖ ପାଇ ଖୁସି ହେବେ । କୀର୍ତ୍ତିମାନ୍ ହେବେ । ବହୁ ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ ।
ଆୟ ଆଶାନୁରୂପ ହେବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁସ୍ଥ ରହିବେ । ଚିନ୍ତାଧାରା ଉନ୍ନତମାନର ହେବ । ଦାମ୍ପତ୍ୟ ସୁଖ ମିଳିବ ।
ଯାତ୍ରା ଶୁଭଦାୟକ ହେବ । ସମରକ୍ଷେତ୍ରରେ ପାରଙ୍ଗମ ହେବେ । ପରୋପକାର କରିବାକୁ ଯାଇ ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ମଧୁର କଥାରେ ପରକୁ ଆପଣାର କରିବେ ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ସୁସମ୍ୱାଦ ଶୁଣି ଖୁସି ହେବେ । ଅଧିକ ଅଭିଜ୍ଞତା ଅର୍ଜନ ପାଇ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ଶ୍ରମ ସାର୍ଥକ ହେବ । ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।
ସେବା ପୂଜାରେ ନିମଗ୍ନ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ ।
ଆର୍ଥିକ ସଙ୍କଟ ଦେଖାଦେଇ ପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସତ୍ୟ ବକ୍ତା ଓ ବିଳାସ ପ୍ରିୟ ହେବେ । ଆସ୍ତିକ ଓ ଗଣିତଜ୍ଞ ହୋଇପାରନ୍ତି । ମିତବ୍ୟୟୀ ହେବେ । ଅଷ୍ଟମଚନ୍ଦ୍ରର ଦୁଷ୍ପଭାବ କ୍ଷୁଣ୍ଣ ହୋଇପାରେ ।
ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଭାବବିହ୍ୱଳ ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଆନନ୍ଦ ଉପଭୋଗ କରିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

The post Odia Rasiphala Monday 26th April 2021 appeared first on OdiaWeb- Odia Film, Music, Songs, Videos, SMS, Shayari, Tourism, News.



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

Odia Rasiphala Monday 26th April 2021

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×