Get Even More Visitors To Your Blog, Upgrade To A Business Listing >>

Odia Rasiphala Friday 27th Nov 2020

ଯେସାକୁ ତେସାନୀତି ଗ୍ରହଣ କରିପାରନ୍ତି । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ସୁଖ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ଚିନ୍ତାଧାରା ଉନ୍ନତମାନର ହେବ ।
ଶୁଭଯୋଗ ଅଛି । ବିବାଦୀୟ ବିତର୍କରେ ନ ପଶି ନିରବ ଦର୍ଶକ ସାଜି ପାରନ୍ତି । ମଧୁରଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି । କେହି ପଥରୋଧ କରିବାକୁ ଉଦ୍ୟମ କରିବେ । ପୁରୁଷ ପଣିଆ ଦେଖାଇ ପାରନ୍ତି ।
ରୋଜଗାର ଊଣା ହେବ ନାହିଁ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କରିତ୍‌କର୍ମା ହୋଇପାରନ୍ତି ।
ଦିନଟି ଆନନ୍ଦଦାୟକ ହେବ । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ ।
ସେବା ମନୋଭାବ ପୋଷଣ କରିପାରନ୍ତି । କର୍ମକ୍ଷେତ୍ରରୁ ସଫଳତା ମିଳିବ । କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସଦ୍‌ବ୍ୟବହାର କରି ଉପକୃତ ହେବେ । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ବିଭିନ୍ନ ସମସ୍ୟାକୁ ନେଇ ଅନ୍ତରରେ ଦ୍ୱନ୍ଦ୍ୱ ଉପୁଜିପାରେ । ମାନସିକ ସ୍ତରରେ ଦୁର୍ବଳତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରେ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ ।
ଆନନ୍ଦ ଉତ୍ସବ ଲାଗି ରହିବ । ବହୁ ସୁଖକର ଘଟଣା ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତିର ସୂଚନା ମିଳୁଛି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ସୁଖ ଭୋଗ କରିବେ ।
ନିଜ ଜିମାଦାରରେ ଅନ୍ୟକୁ ଉଦ୍ଧାର କରିପାରନ୍ତି । ପ୍ରତିଶୋଧ ପରାୟଣ ହେବେ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଆନନ୍ଦ ଅନୁଭବ କରିବେ । ଶୁଭକାର୍ଯ୍ୟ କରିପାରନ୍ତି । ଋଣ ପରିଶୋଧ କରିବେ ।
ଯାହା ଚାହିଁବେ; ତାହା କରିପାରିବେ । ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ସମାଚାର ପାଇ ଉତ୍‌ଫୁଲ୍ଲିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସେବକ ହେବେ ।
ଯାତ୍ରାପଥ ସୁଗମ ଓ ଫଳଦାୟକ ହେବ । ଲୋକ ସଂପର୍କ ବୃଦ୍ଧି ପାଇବ । ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ । କୃଷିରୁ ଲାଭ ମିଳିବ ।
ଯୋଗାଯୋଗରେ ସଫଳତା ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ରା ହ୍ରାସ ହେବ । ସରକାରୀ ସ୍ତରରୁ ଲାଭ ମିଳିବ ।
କାର୍ଯ୍ୟ ଉତ୍ସାହପ୍ରଦ ହେବ । ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ କରିବା କଷ୍ଟକର ହେବ । ଦେବ ବ୍ରାହ୍ମଣ ଭକ୍ତ ହୋଇପାରନ୍ତି । ନିଜର ସଫଳତା ପାଇଁ ପତ୍ନୀଙ୍କୁ ଶ୍ରେୟ ଦେଇପାରନ୍ତି । ଧର୍ମାସକ୍ତ, ମତିମାନ୍ ଓ ପୁତ୍ର, ମିତ୍ର ସୁଖ ଭୋଗୀ ହେବେ ।

For daily odia rashiphala visit our website daily in the morning. This is compiled from a trusted source.

Odia Calendar 2020

The post Odia Rasiphala Friday 27th Nov 2020 appeared first on OdiaWeb- Odia Film, Music, Songs, Videos, SMS, Shayari, Tourism, News.



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

Odia Rasiphala Friday 27th Nov 2020

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×