Get Even More Visitors To Your Blog, Upgrade To A Business Listing >>

Odia Rasiphala Wednesday 17th March 2019

ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି । କର୍ମ ଚଞ୍ଚଳ ରହିବେ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଦୟାଳ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ ।
ଧୈର୍ଯ୍ୟ ଧରି କାର୍ଯ୍ୟ କରିପାରନ୍ତି । ସେବା ମନୋଭାବର ହୋଇପାରନ୍ତି । ପୂଜା ପଦ୍ଧତି ଉପରେ ବିଶ୍ୱାସ ଓ ଆସ୍ଥା ସ୍ଥାପନ କରିବେ । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ଭାଗ୍ୟଶାଳୀ ହେବେ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ ।
ମନ ଅସ୍ଥିର ରହିପାରେ । ଖର୍ଚ୍ଚ ପରମିାଣ ବୃଦ୍ଧି ପାଇବାର ସୂଚନା ମିଳୁଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ, ଯାନବାହନ ଚଳାଚଳରେ ସତର୍କ ରହିବେ ।
ଗୃହ ଉପକରଣ ସଂଗ୍ରହ କରିବେ । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବା ପ୍ରତି ଆଗ୍ରହ ପ୍ରକାଶ କରିବେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ କଥାରେ ପରିଚାଳିତ ହେବେ ।
ଅନୁଶ୍ରୁତ ହେଉଥିବା ଯୋଜନାର ପରିବର୍ତ୍ତନ ଘଟାଇ ପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରିରେ ସୁନାମ ଅର୍ଜନ କରିବେ ।
ଆଲୋଚନା ଫଳପ୍ରଦ ହେବ । ପରଚର୍ଚ୍ଚାରୁ ବିରତ ହେଲେ ମହାଫଳ ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହୋଇପାରେ । ପତ୍ନୀଙ୍କ ଆଜ୍ଞାକାରିଣୀ ହେବେ ।
ବନ୍ଧୁ ମେଳରେ ଦିନ ବିତାଇ ପାରନ୍ତି । ଉଦାର ପ୍ରକୃତିର ହେବେ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କୃଷି କର୍ମକାରୀ ହେବେ । ଜଳପ୍ରତି ଆଦର ଓ ବୁଦ୍ଧିମାନ୍ ହେବେ ।
ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳର ସମ୍ମୁଖୀନ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହେବେ । ଥଣ୍ଡା-କଫ ଜନିତ ପୀଡ଼ା ଭୋଗ କରିପାରନ୍ତି । ମେଳାପୀ ପ୍ରକୃତିର ହେବେ । ପ୍ରେମୀ, କାର୍ଯ୍ୟଦକ୍ଷ ଓ ସାହସୀ ହେବେ ।
ଗୃହ ଉପଯୋଗୀ ଜମି କ୍ରୟ କରିପାରନ୍ତି । ଆଶାବାଦୀ ହେବେ । ପରମ ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ । ମିତ୍ର ସୁଖ ମିଳିବ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ ।
ଦୂରଯାତ୍ରା ଲାଭପ୍ରଦ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ରଣାଙ୍ଗନରେ ପାରଙ୍ଗମ ହେବେ । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ବାହୁବଳ ଠାରୁ ମନୋବଳ ଅଧିକ ହେବ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ମିଠା କଥା କହି କାର୍ଯ୍ୟ ହାସଲ କରିବେ । ଧାର୍ମିକ ପ୍ରବୃତ୍ତିର ହେବେ । ଜ୍ଞାନଗାରିମା ବୃଦ୍ଧି ହେବ । ସାହସର ସହ କାର୍ଯ୍ୟ କରିବେ । ଖର୍ଚ୍ଚାନ୍ତ ହୋଇ ପାରନ୍ତି ।
ଆୟ ଯଥେଷ୍ଟ ପରମିାଣର ହେବ । ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷରୁ ଅର୍ଥ ମିଳିପାରେ । କରିତ୍‌କର୍ମା ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

The post Odia Rasiphala Wednesday 17th March 2019 appeared first on OdiaWeb- Odia Film, Music, Songs, Videos, SMS, Shayari, Tourism, News.



This post first appeared on OdiaWeb - Odisha News, Odia Calendar, Tourism, Odisha Jobs, Recipes, Sms, please read the originial post: here

Share the post

Odia Rasiphala Wednesday 17th March 2019

×

Subscribe to Odiaweb - Odisha News, Odia Calendar, Tourism, Odisha Jobs, Recipes, Sms

Get updates delivered right to your inbox!

Thank you for your subscription

×